ଆପଣ ଜାଣିଛନ୍ତି କି : ଭାରତରୁ କେତୋଟି ଟ୍ରେନ ବିଦେଶ ଯାଇଥାଏ ଓ କେଉଁ କେଉଁ ଦେଶକୁ ଯାଇଥାଏ? ଏବେ ଜାଣିରଖନ୍ତୁ

0

ଆମର ଦେଶର ସବୁଠାରୁ ବଡ ଲାଇଫଲାଇନ ‘ରେଲୱେ’ କୁ ହିଁ କୁହାଯାଏ କାରଣ ରେଳମାର୍ଗରେ ପ୍ରତିଦିନ କୋଟିକୋଟି ସଂଖ୍ୟାରେ ଲୋକ ଯାତ୍ରା କରନ୍ତି । କିଏ ନିଜର କାମରେ, କିଏ କାହାକୁ ଭେଟିବା ପାଇଁ ତ କିଏ ଚାକିରି ପାଇଁ ଯିବାକୁ ରେଳମାର୍ଗର ଉପଯୋଗ କରନ୍ତି । ରେଲୱେର ଅଧିକ ବ୍ୟବହାର ଏଥିପାଇଁ ମଧ୍ୟ କରାଯାଏ ଯେ କାରଣ ଏହା ଶସ୍ତା ଓ ସହଜଲଭ୍ୟ ଯାତ୍ରା ହୋଇଥାଏ। ନିଶ୍ଚିତ ରୂପେ ଆମର ଦେଶର ପ୍ରାୟ ସମସ୍ତ ଅଂଶରେ ରେଳମାର୍ଗରେ ଯାତ୍ରାକରିବାର ସୁବିଧା ଉପଲବ୍ଧ ଅଟେ କିନ୍ତୁ କଣ ଆପଣ ଜାଣନ୍ତି ଯେ କଣ  କୌଣସି ଟ୍ରେନ ଭାରତ ରୁ ବିଦେଶକୁ ମଧ୍ୟ ଯାଇଥାଏ? ନିଶ୍ଚିତ ଏହାର ଉତ୍ତରରେ ଆପଣଙ୍କ ମଧ୍ୟରୁ 90ପ୍ରତିଶତରୁ ଅଧିକ ଲୋକଙ୍କ ମୁହଁରୁ ନାଁ ହିଁ ବାହାରିବ । କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଭାରତରେ ଅନେକ ଟ୍ରେନ ଏପରି ମଧ୍ୟ ଅଛନ୍ତି ଯାହାକି ବିଦେଶକୁ ଯାଇଥାନ୍ତି ଓ ଆପଣଙ୍କୁ ଏହା ମଧ୍ୟ ଜଣେଇଦେବୁ ଯେ ସେସବୁ କେଉଁ କେଉଁ ଦେଶକୁ ଯାଉଛନ୍ତି ।

ଭାରତରୁ ପାକିସ୍ଥାନ ଯାଉଥିବା ଟ୍ରେନ – ସର୍ବପ୍ରଥମେ ତ ଆପଣ ଏହା ଜାଣିନିଅନ୍ତୁ ଯେ ଭାରତରୁ ପାକିସ୍ଥାନ ମଧ୍ୟରେ ଦୁଇଟି ଟ୍ରେନ ଚାଲୁଅଛି ଓ ଏହା ବହୁତ ଲୋକପ୍ରିୟ ଅଟେ କାରଣ ଭାରତ ପାକିସ୍ଥାନ ସୀମାକୁ ପୃଥିବୀର ସବୁଠାରୁ ଭୟଙ୍କର ସୀମା ମଧ୍ୟରେ ଗଣତି କରାଯାଏ । ସମଝୌତା ଏକ୍ସପ୍ରେସ: ସମଝୌତା ଏକ୍ସପ୍ରେସ ଭାରତ ଓ ପାକିସ୍ଥାନ ମଧ୍ୟରେ ଚାଲୁଥିବା ଟ୍ରେନ ଅଟେ । ଭାରତରେ ଏହି ଟ୍ରେନ ଦିଲ୍ଲୀରୁ ପଞ୍ଜାବର ଅଟାରୀ ଶ୍ୟାମ ସିଂହ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ଯାଇଥାଏ। ଅଟାରୀରୁ ଏହି ଟ୍ରେନକୁ ପାକିସ୍ଥାନ ରେଲୱେର ଇଞ୍ଜିନ ୱାଘା ଦେଇ ଲହୌର ପର୍ଯ୍ୟନ୍ତ ଯାଇଥାଏ । ଏଇ ସମୟରେ ସୀମା ସୁରକ୍ଷା ବଳର ସୈନିକ ଘୋଡାଗାଡିରେ ଏହାର ନିରୀକ୍ଷଣ କରିଥାନ୍ତି । ଆଗକୁ ଯାଇ କୌଣସି ପ୍ରକାର ଆତଙ୍କି ଘଟଣା କିମ୍ବା ଉପଦ୍ରବକୁ ଧ୍ୟାନରେ ରଖି ଧାରଣା ଗୁଡିକର ପରୀକ୍ଷା ମଧ୍ୟ କରନ୍ତି ।

ଭାରତରୁ ଏହି ଟ୍ରେନ ସପ୍ତାହରେ ଦୁଇଥର ବୁଧବାର ଓ ରବିବାରକୁ ପୁରୁଣା ଦିଲ୍ଲୀ ରେଲୱେ ଷ୍ଟେସନରୁ ରାତି 11.10 ସମୟରେ ଚାଲିଥାଏ । ଏହି ଟ୍ରେନରେ ଯାତ୍ରା କରିବା ପୂର୍ବରୁ ଯାତ୍ରୀଙ୍କର ସୁରକ୍ଷାର  କଡାଯାଞ୍ଚ କରାଯାଇଥାଏ। ଏହାପରେ ଯାତ୍ରୀ ଟ୍ରେନରେ ବସିପାରନ୍ତି ।ସମଝୌତା ଏକ୍ସପ୍ରେସରେ ମୋଟ ଛ ଶୟନଯାନ (SleeperCoach) ଓ ଗୋଟିଏ ବାତନୁକୁଳିତ ତୃତୀୟ ଶ୍ରେଣୀ (3rdAC) କୋଚ ଅଟେ । ବର୍ତ୍ତମାନ ଅଗଷ୍ଟ 2019ରେ ଏହି ଟ୍ରେନକୁ ପ୍ରଥମେ ପାକିସ୍ଥାନ ତରଫରୁ ଓ ତାପରେ ଭାରତ ତରଫରୁ ବନ୍ଦ କରିଦିଆଯାଇଛି ।

ଧ୍ୟାନ ଦେବାର କଥା ଯେ ଦିଲ୍ଲୀରୁ ବାହାରିବା ପରେ ଅଟାରୀ ପର୍ଯ୍ୟନ୍ତ ଟ୍ରେନର କୌଣସି ଷ୍ଟପେଜ ନାହିଁ । ଆପଣଙ୍କୁ ଏହା ମଧ୍ୟ ଜଣେଇଦେବୁ ଯେ ଏହାକୁ ଭାରତୀୟ ରେଳର ରାଜଧାନୀ ଏକ୍ସପ୍ରେସ, ଶତାବ୍ଦୀ ଏକ୍ସପ୍ରେସ ଓ ଅନ୍ୟ ପ୍ରମୁଖ ଟ୍ରେନ ଅପେକ୍ଷା ଗୁରୁତ୍ଵ ଦିଆଯାଏ ଯଦ୍ୱାରା ଏଥିରେ କୌଣସି ବିଳମ୍ବ ହେବନାହିଁ । ଲାହୋର ରୁ ଫେରିବା ସମୟରେ ସମଝୌତା ଏକ୍ସପ୍ରେସ ଭାରତରେ ମୋମବାର ଓ ଗୁରୁବାରରେ ପହଞ୍ଚିଥାଏ । ଏହି ସମୟରେ ଏହି ଟ୍ରେନର ଲୋକୋ ପାଇଲଟ ଓ ଗାର୍ଡ ମଧ୍ୟ ବଦଳାଯାଆନ୍ତି ନାହିଁ । ଥର ଏକ୍ସପ୍ରେସ (TharExpress): ଭାରତ ପାକିସ୍ଥାନ ମଧ୍ୟରେ ଚାଲୁଥିବା ଏହି ଏକମାତ୍ର ବ୍ୟାପକ ରେଳସେବା ଥିଲା , ଦୁଇ ଦେଶ ମଧ୍ୟରେ ଚାଲୁଥିବା ଏହି ସବୁଠାରୁ ପୁରାତନ ରେଳସେବା ଅଟେ । ଏହି ଟ୍ରେନ ସ୍ଵାଧୀନତା ପୂର୍ବରୁ ଅବିଭାଜ୍ୟ ହିନ୍ଦୁସ୍ତାନର ସମଯରୁ ଚାଲିଆସୁଛି । ପ୍ରଥମେ ଏହାର ନାମ ‘ସିନ୍ଧ ମେଲ’ ଥିଲା , 1892ରେ ହାଇଦରାବାଦ- ଯୋଧପୁର ରେଲୱେ ଦ୍ଵାରା ଏହାକୁ ପ୍ରାରମ୍ଭ କରଯାଇଥିଲା । ହାଇଦରାବାଦ ଯୋଧପୁର ରେଲୱେ ଲାଇନକୁ ପାକିସ୍ଥାନର କରାଚି ପେଶୱାର ରେଲୱେ ଲାଇନ ସହିତ ଯୋଡୁଛି । ଦୁଇ ଦେଶର ଶେଷ ସୀମାବର୍ତ୍ତି ଷ୍ଟେସନ ମୁନାବାଓ ଓ ଖୋଖ୍ରପାର ଅଟେ , ଏହି ମଧ୍ୟରେ ଟ୍ରେନ ପ୍ରାୟ ଛ କିମି ଦୁଇ ସୀମା ମଧ୍ୟରେ ଚାଲୁଅଛି । ଜଣେଇଦେବୁ ଯେ 1965ରେ ଭାରତ-ପାକିସ୍ଥାନ ଯୁଦ୍ଧ ପରେ ଏହାର ଧାରଣା କ୍ଷ୍ୟତିଗ୍ରସ୍ତ ହୋଇଥିଲା, ଏହାପରେ ଏହାର ସଂଚାଳନ ବନ୍ଦ କରିଦିଆଗଲା । କିନ୍ତୁ 41ବର୍ଷ ଦୁଇ ଦେଶ ମଧ୍ୟରେ ଏହି ଟ୍ରେନର ମହତ୍ଵକୁ ପୁଣି ବୁଝିଲେ ଓ ପୁଣିଥରେ ପରସ୍ପର ସହମତି ପରେ 18ଫେବୃଆରୀ 2006ରେ ଏହାକୁ ପୁଣିଥରେ ଆରମ୍ଭ କରିଦିଆଗଲା । ଯମରାବ, ସୈନ୍ଦଦ, ପିଥାରୁ, ଢୋରୋନାରୋ, ଛୋରେ ଏବଂ ଖୋଖରାପର ଆଦି ଏହାର ପ୍ରମୁଖ ରେଲୱେ ଷ୍ଟେସନ ଅଟେ । ଦୁଇ ଦେଶ ମଧ୍ୟରେ କ୍ରମଶଃ ବାଡମେର ଓ ମୀରପୁରର ମୁଖ୍ୟ ଷ୍ଟେସନରେ ପ୍ରତି ଯାତ୍ରାରେ ଏହାର ବିଶେଷ ଯାଞ୍ଚ କରାଯାଏ ।
ମୈତ୍ରୀ ଏକ୍ସପ୍ରେସ (MaitreeExpress): ଭାରତ ରୁ ବାଂଲାଦେଶ ଦୁଇଟି ଟ୍ରେନ ଚାଲୁଅଛି ଯାହା ଭାରତ ର କୋଲକାତା ରୁ ବଙ୍ଗଳାଦେଶର ଢାକା ପର୍ଯ୍ୟନ୍ତ ଚାଲୁଅଛି । ଏହାକୁ 2008ରେ ଶୁଭାରମ୍ଭ କରାଯାଇଥିଲା ।

ବନ୍ଧନ ଏକ୍ସପ୍ରେସ (BandhanExpress) – ଏହାର ଶୁଭାରମ୍ଭ 2017ରେ କରଯାଇଥିଲା। ଏହି ଟ୍ରେନ ସପ୍ତାହରେ ଛ ଦିନ ଯାତ୍ରା କରିଥାଏ ଯାହା କୋଲକାତା ସହରରୁ 375କିମି ଦୂର ଢାକା ସହର ପର୍ଯ୍ୟନ୍ତ ଯାଇଥାଏ।

Leave a comment

You cannot copy content of this page