ଆପଣଙ୍କ ଧଳା ଦାଢ଼ିକୁ ଚୁଟକିରେ କରନ୍ତୁ କଳା, ଜାଣନ୍ତୁ ଘରୋଇ ଉପାୟ

0

ଆଜିକାଲି ଯୁବପିଢ଼ିଙ୍କ ଠାରେ କମ୍‌ ବୟସରେ କେଶ ଧଳା ହୋଇଯିବା ସମସ୍ୟା ଦେଖିବାକୁ ମିଳିଛି। କିନ୍ତୁ ଏହି ସମସ୍ୟା ସେତେବେଳେ ବଢ଼ିଯାଏ ଯେତେବେଳେ ଦାଢ଼ି ଧଳା ହୋଇଯାଏ। ଏହା ପଛର କାରଣ ହେଉଛି ଭୁଲ ଲାଇଫଷ୍ଟାଇଲ, ପୋଷକ ତତ୍ତ୍ୱର ଅଭାବ, ମେଲାନିନ୍‌ ହର୍ମୋନର ଅଭାବ ଆଦି ହୋଇଥାଏ। ଏମିତିରେ ଦାଢ଼ିର ଲୁକ୍‌ ଖରାପ ହୋଇଯାଏ। ଏଥିପାଇଁ ଆଜି ଆପଣଙ୍କ ପାଇଁ କିଛି ଘରୋଇ ଉପାୟ ନେଇ ଆସିଛୁ। ଆପଣ ଏହି ଘରୋଇ ଉପାୟ ସାହାଯ୍ୟରେ ଧଳା ଦାଢ଼ିକୁ ବହୁତ ସହଜରେ କଳା କରିପାରିବେ। ତାହେଲେ ଆସନ୍ତୁ ଜାଣିବା ଏହା ବିଷୟରେ।

ରାଶି ମଞ୍ଜି

ସାଧାରଣତଃ ଘରେ ରାଶି ବହୁତ ସହଜରେ ମିଳିଯାଏ। ଏହା ଧଳା ଦାଢ଼ିକୁ କଳା କରିବାରେ ବହୁତ ସାହାଯ୍ୟକାରୀ ହୋଇଥାଏ। ରାଶିକୁ ରାତି ସାରା ପାଣିରେ ଭିଜା ରଖନ୍ତୁ। ଏହାକୁ ପେଷି ଗାଢ଼ା ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଧଳା ଦାଢ଼ିରେ ଲଗାନ୍ତୁ। ଏହା ସୁଖିବା ପରେ ଦାଢ଼ିକୁ ଧୋଇଦିଅନ୍ତୁ। ଏପରି କଲେ ଆପଣଙ୍କ ଧଳା ଦାଢ଼ି କଳା ହୋଇଯିବ।

ମେହେନ୍ଦୀ ଏବଂ ନଡିଆ ତେଲ
ଲେମ୍ବୁ ରସ, ମେହେନ୍ଦି, ଭିନେଗାର ଏବଂ ନଡିଆ ତେଲର ମିଶ୍ରଣ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏକ କପ୍‌ ମେହେନ୍ଦୀରେ ଏକ ଚାମଚ ଶିକାକାଇ, ଲେମ୍ବୁରସ, ଭିନେଗାର, ଅଧା ଚାମଚ ନଡିଆ ତେଲ ଏବଂ ଦହି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ସକାଳ ସମୟରେ କେଶରେ ଲଗାନ୍ତୁ ଏବଂ ସୁଖିବା ପରେ ଧୋଇ ଦିଅନ୍ତୁ।

ବ୍ଲାକ ଟି
ବ୍ଲାକ ଟି ନ୍ୟାଚୁରାଲ ଡାଇର କାମ କରିଥାଏ। ଏହା ଦାଢ଼ିରେ ଧଳା କେଶକୁ କମ୍‌ କରିବାରେ ବହୁତ ସାହାଯ୍ୟ କରେ। ଦୁଇ ଚାମଚ ବ୍ଲାକ ଟି ପତି ପାଣିରେ ଫୁଟାଇ ଦିଅନ୍ତୁ। ଥଣ୍ଡା ହେବା ପରେ ଏହାକୁ ଛାଣି କେଶରେ ଲଗାନ୍ତୁ। ଗୋଟେ ଘଣ୍ଟା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ

Leave a comment

You cannot copy content of this page