ଆଜିଠୁ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ, ଜାଣନ୍ତୁ

ବହୁ ପ୍ରତୀକ୍ଷା ର ଅନ୍ତ ଘଟିଲା। ଆଜି ଓଡି଼ଶାରେ ଲୋକାର୍ପଣ ହେବ ଆୟୁଷ୍ମାନ ଭାରତ ଯୋଜନା। ଏହାସହ ଗୋପବନ୍ଧୁ ଜନ ଆରୋଗ୍ୟ (ଜିଜେଏଓ୍ବାଇ) ଏବଂ ଆୟୁଷ୍ମାନ ବୟୋବନ୍ଦନାର ମଧ୍ୟ ଶୁଭାରମ୍ଭ ହେବ। ରାଜ୍ୟରେ ସାଢେ ତିନି କୋଟି ଲୋକେ ପାଇବେ ମାଗଣା ସ୍ବାସ୍ଥ୍ୟସେବା। କଟକର ଐତିହାସିକ ବାଲିଯାତ୍ରା ପଡିଆରେ ଏଥିପାଇଁ ମେଗା ଆୟୋଜନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ତିନୋଟି ଯାକ ଯୋଜନାର ଲୋକାର୍ପଣ କରିବେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବରିଷ୍ଠ ନେତା ଓ ବିଭାଗୀୟ ମନ୍ତ୍ରୀ ଉପସ୍ଥିତ ରହିବେ।
୧୨ ଜିଲ୍ଲାରେ ଏନେଇ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି। ରାଜ୍ୟ ସରକାରଙ୍କର ୧୨ ଜଣ ମନ୍ତ୍ରୀ ଏଥିରେ ଯୋଗ ଦେଇ ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିବେ। ୭୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କାଙ୍କୁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ସାମିଲ କରାଯିବ । ତେବେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ତେବେ, ଆୟୁଷ୍ମାନ ଭାରତରେ ପରିବାରର ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଁଏ କାର୍ଡ ମିଳିବ । ଦେଶର ୨୯୦୦୦ ହସ୍ପିଟାଲରେ ରୋଗୀ ଚିକିତ୍ସା ସୁବିଧା ପାଇବେ । ପ୍ରାଥମିକ ଭାବେ କିଛି ଲୋକଙ୍କୁ ଆୟୁଷ୍ମାନ କାର୍ଡ ଦେବା ପାଇଁ ନୂଆ କାର୍ଡ ପ୍ରସ୍ତୁତ ହୋଇ ରହିଛି । ଏହି ଯୋଜନାରେ ରୋଗୀଙ୍କୁ କ୍ୟାସଲେସ୍ ସୁବିଧା ଦିଆଯିବ । ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳୁଥିଲା । ଦେଶର ୨୯୦୦୦ ଘରୋଇ ଓ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ପରିବାର ପିଚ୍ଛା ବାର୍ଷିକ ୫ ଲକ୍ଷ ଟଙ୍କା ଚିକିତ୍ସା ସୁବିଧା ମିଳିବାକୁ ଥିବା ବେଳେ ମହିଳାଙ୍କ ପାଇଁ ପରିବାର ପିଚ୍ଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଚିକିତ୍ସା ସୁବିଧା ମିଳିବ ବୋଲି ଜଣାପଡିଛ ।