ଆଜିଠୁ ଆରମ୍ଭ ହେଲା କାର୍ତ୍ତିକ ମାସ: ଜାଣନ୍ତୁ ଏହି ମାସରେ କେଉଁ କେଉଁ ପର୍ବ ପଡୁଛି

0

ଆଜିଠାରୁ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହେଉଛି। କାର୍ତ୍ତିକ ମାସ ନଭେମ୍ବର ୧୯ ତାରିଖ ଯାଏଁ ରହିବ। ଏହି ମାସରେ କରୱା ଚୌଥ, ଧନତେରସ, ଦୀପାବଳି ଭଳି ବଡ ବଡ ପର୍ବ ପାଳନ କରାଯିବ। ରବିବାର ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥି। ଏହି ଦିନ କରୱା ଚୌଥ ପାଳନ କରାଯିବ। ଏହି ଦିନ ବିବାହିତା ମହିଳା ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ପାଳନ କରନ୍ତି ଓ ରାତିରେ ଚନ୍ଦ୍ରମା ଦର୍ଶନ ପରେ ବ୍ରତ ସମାପନ କରନ୍ତି।

ଅକ୍ଟୋବର ୨୮ ତାରିଖ, ଗୁରୁବାର ଦିନ ପୁଷ୍ୟ ନକ୍ଷତ୍ର। ଏହି ତିଥିରେ ନୂଆ ସାମଗ୍ରୀ କିଣିବାର ବିଶେଷ ମହତ୍ୱ ରହିଛି। ଏହି ଦିନ ସୁନା, ରୁପା, ଗାଡି, ଆସବାବପତ୍ର ଆଦି କିଣାଯାଇଥାଏ। ନଭେମ୍ବର ୨ ତାରିଖ, ମଙ୍ଗଳବାର ଦିନ ପଞ୍ଚଦିବସୀୟ ଦିପୋତ୍ସବ ଆରମ୍ଭ ହେବା। ଏହି ଦିନ ଧନତେରସ ପାଳନ କରାଯିବ। ସୂର୍ଯ୍ୟାସ୍ତ ପରେ ଯମରାଜଙ୍କ ପାଇଁ ଦୀପ ଲଗାଯାଏ। ଏହି ଦିନ ଧନର ଦେବୀ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ୪ ତାରିଖ, ଗୁରୁବାର ଦିନ କାର୍ତ୍ତିକ ମାସ ଅମାବାସ୍ୟା ଓ ଦୀପାବଳି ପର୍ବ। ଏହି ଦିନ ସୂର୍ଯ୍ୟାସ୍ତ ପରେ ମା’ ଲକ୍ଷ୍ମୀଙ୍କ ବିଶେଷ ପୂଜାର୍ଚ୍ଚନା ହୋଇଥାଏ। ଘରେ ଓ ଘର ଅଗଣାରେ ଦୀପ ଲଗାଯାଏ। ଦୀପ, ଫୁଲ ଓ ବିଭିନ୍ନ ରଙ୍ଗବେରଙ୍ଗ ଲାଇଟରେ ଘର ସଜାଯାଇଥାଏ। ଶୁକ୍ରବାର ଦିନ ଗୋବର୍ଧନ ପୂଜା। ଏହି ଦିନ ଗୋବର୍ଧନ ପର୍ବତ ପୂଜା କରିବାର ପରମ୍ପରା ରହିଛି।

ସେହିପରି ୬ ତାରିଖ ଶନିବାର ଦିନ ଭାଇ ଦୁଜ ବା ଭାଇ ଦ୍ଵିତୀୟା ପାଳନ କରାଯାଏ। ଏହି ତିଥିରେ ଯମରାଜ ନିଜ ଭଉଣୀ ଯମୁନାଙ୍କୁ ସାକ୍ଷାତ କରିବାକୁ ତାଙ୍କ ଘରକୁ ଯାଇଥିଲେ। ଏହି ଦିନ ଯମରାଜ ଓ ଯମୁନାଙ୍କ ବିଶେଷ ପୂଜା କରାଯାଇଥାଏ। ଏହାପରେ ୮ ତାରିଖ ସୋମବାର ଦିନ ବିନାୟକ ଚତୁର୍ଥୀ। ଏହି ଦିନ ଗଣେଶଙ୍କ ପାଇଁ ବ୍ରତ ରଖାଯାଏ। ଏହି ଦିନ ଠାରୁ ଛଠ ପୂଜା ପର୍ବ ଆରମ୍ଭ ହୋଇଥାଏ। ଛଠ ପୂଜାରେ ସୂର୍ଯ୍ୟଦେବଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଭକ୍ତ ନିର୍ଜଳା ଉପବାସ ରଖି ପବିତ୍ର ନଦୀରେ ସ୍ନାନ କରନ୍ତି। ୧୩ ତାରିଖ, ଶନିବାର ଦିନ ଅଁଳା ନବମୀ। ଏହି ଦିନ ଅଁଳା ଗଛକୁ ପୂଜା କରାଯାଇଥାଏ। ୧୫ ତାରିଖ ସୋମବାର ଦିନ ତୁଳସୀ ବିବାହ। ଏହି ଦିନ ଶାଳଗ୍ରାମ ସହ ତୁଳସୀଙ୍କ ବିବାହ କରାଯାଇଥାଏ। ଏହି ଦିନ ଭଗବାନ ବିଷ୍ଣୁ ଶୟନରୁ ଜାଗ୍ରତ ହୁଅନ୍ତି ବୋଲି କୁହାଯାଏ। ଏହି ଦିନରୁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇଥାଏ। ୧୮ ତାରିଖ ଗୁରୁବାର ଦିନ ବୈକୁଣ୍ଠ ଚତୁର୍ଦଶୀ। ଏହି ଦିନ ଭଗବାନ ଶିବ ବିଷ୍ଣୁଙ୍କୁ ପୁଣିଥରେ ସଂସାର ଭାର ଦେଇଥାନ୍ତି ଓ ଭଗବାନ ବିଷ୍ଣୁ ସୃଷ୍ଟିର ସଞ୍ଚାଳନ ଅପରମ୍ଭ କରନ୍ତି। ଶୁକ୍ରବାର ଗୁରୁନାନକ ଜୟନ୍ତୀ। ଏହି ଦିନ କାର୍ତ୍ତିକ ମାସ ପୂର୍ଣ୍ଣିମା ମଧ୍ୟ।

Leave a comment