ଆଗାମୀ ୧୫ଦିନ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତିଙ୍କ ଉପରେ ରହିବ ସୂର୍ଯ୍ୟଙ୍କ କୃପା

0

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଦେବଙ୍କୁ ସମସ୍ତ ଗ୍ରହର ରାଜା ବୋଲି କୁହାଯାଏ। ସୂର୍ଯ୍ୟ ଦେବ ଏହି ସମୟରେ ବିଛା ରାଶିରେ ପ୍ରବେଶ କରିଛନ୍ତି । ଆଗାମୀ ୧୫ ଦିନ ପାଇଁ, ସୂର୍ଯ୍ୟ ଦେବ ବିଛା ରାଶିରେ ଉପରେ ରହିବେ। ତେବେ ସୂର୍ଯ୍ୟ ଦେବ ବିଛା ରାଶିରେ ରହି ଅନ୍ୟ କେତେକ ରାଶିମାନଙ୍କ ଉପରେ ବିଶେଷ କୃପା କରୁଛନ୍ତି । ସୂର୍ଯ୍ୟ ଦେବଙ୍କର ଶୁଭ ହୁଏ, ସେତେବେଳେ ଜଣେ ବ୍ୟକ୍ତିର ଭାଗ୍ୟ ମଧ୍ୟ ଜାଗ୍ରତ ହୁଏ । ତେବେ ଜାଣନ୍ତୁ କେଉଁ ରାଶିରେ ସୂର୍ଯ୍ୟ ଦେବଙ୍କ କୃପା ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ରହିବ।

ବୃଷ ରାଶି- ଧନ ଲାଭ ହେବ ।ଯେଉଁଥି ପାଇଁ ଆର୍ଥିକସ୍ଥିତି ମଧ୍ୟ ଦୃଢ ରହିବ । ମାନସିକ ଶାନ୍ତି ରହିବ। ଆୟ ବୃଦ୍ଦି ହେବାର ସମ୍ଭାବନା ଅଛି । ଚାକିରି ବ୍ୟବସାୟ ପାଇଁ ଏହି ସମୟ ଶୁଭ ବୋଲି କୁହାଯାଉଛି । ପାରିବାରିକ ଜୀବନ ସୁଖମୟ ହେବ ।
ମିଥୁନ ରାଶି- ଏହି ରାଶିରେ ଆପଣଙ୍କର କାର୍ଯ୍ୟକ୍ଷତ୍ରରେ ସଫଳତା ପାଇବେ । ବାପା ମାଆଙ୍କ ସମର୍ଥନ ରହିବ । ଚାକିରି ଏବଂ ବ୍ୟବସାୟରେ ଲାଭର ସମ୍ଭାବନା ରହିଛି । ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ । ଆତ୍ମବିଶ୍ୱାସରେ ବୃଦ୍ଧି ହେବ । ବିବାହିତ ଜୀବନ ସୁଖମୟ ହେବ । ମାନ-ସମ୍ମାନ ବୃଦ୍ଧି ହେବାର ସମ୍ଭାବନା ରହିଛି ।
କନ୍ୟା ରାଶି- ପରିବାର ସଦସ୍ୟଙ୍କ ଠାରୁ ସମର୍ଥନ ମିଳିବ । ବ୍ୟବସାୟ ସ୍ଥିତିରେ ଉନ୍ନତି ହେବ। ବନ୍ଧୁଙ୍କ ସାହାଯ୍ୟରେ ବ୍ୟବସାୟକୁ ନେଇ କିଛି ନୂଆ କରିବେ ।ପାରିବାରିକ ଜୀବନ ସୁଖମୟ ହେବ । ନିଜ ପରିବାର ସହିତ ଏକ ଧାର୍ମିକ ସ୍ଥାନକୁ ତୀର୍ଥଯାତ୍ରା କରିବାର ଯୋଗ ରହିଛି ।
ମକର ରାଶି ବ୍ୟବସାୟ କରିବାର ଯୋଜନା ରହିଛି । ପରିବାରରେ କିଛି ଶୁଭ କାମ ହେବ । ପୋଷାକ ପରି ଅନ୍ୟ କିଛି ଉପହାର ମଧ୍ୟ ମିଳି ପାରେ । ଚାକିରି କ୍ଷେତ୍ରରେ ପରିବର୍ତ୍ତନ ଆସିବ । ଆପଣଙ୍କୁ ଅନ୍ୟ ଏକ ସ୍ଥାନକୁ ଯିବାକୁ ପଡିପାରେ । ଆମଦାନୀ-ରପ୍ତାନି ବ୍ୟବସାୟରେ ଲାଭ ମିଳିବ । ଘରେ ମାଆଙ୍କ ସମର୍ଥନ ପାଇବେ।

Leave a comment