ଆଇପିଏଲ-୨୦୨୨: ଆଜି ଗୁଜରାଟ-ରାଜସ୍ଥାନ ମଧ୍ୟରେ ଫାଇନାଲ ଫାଇଟ

0

ଅହମ୍ମଦାବାଦ : ଆଜି ଆଇପିଏଲ୍ର ଫାଇନାଲ ଟକ୍କର। କିଏ ହେବ ଆଇପିଏଲ୍ ୨୦୨୨ର ଚାମ୍ପିଅନ୍। ଆଇପିଏଲ୍ରେ ପ୍ରଥମ ପ୍ରଦାର୍ପଣ କରିଥିବା ଗୁଜରାଟ ଟାଇଟନ୍ସ ନା ରାଜସ୍ଥାନ ରୟାଲ୍ସ ।

ଆଇପିଏଲ-୨୦୨୨ର ଫାଇନାଲ ଫାଇଟ । ରାତି ୮ଟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟ୍ରଫି ପାଇଁ ଗୁଜରାଟ ଟାଇଟନସ ଓ ରାଜସ୍ଥାନ ରୋୟାଲସ ମଧ୍ୟରେ ଲଢେଇ ହେବ । ପୂରା ବିଶ୍ୱର ନଜର ଆଜି ଆଇପିଏଲ ଫାଇନାଲ ଉପରେ ରହିବ। ଆଜି ହୁଏ ତ ଆଇପିଏଲକୁ ଏକ ନୂଆ ଚାମ୍ପିଅନ ମିଳିବା କିମ୍ବା ରାଜସ୍ଥାନ ୧୪ ବର୍ଷର ଇତିହାସକୁ ପୁଣି ଦୋହରାଇବ। ଦୀର୍ଘ ୩୭ ଦିନର ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ ତଥା ଘମାଘୋଟ ଲଢେଇ ଏବଂ ୭୩ ଉକ୍ରଣ୍ଠାପୂର୍ଣ୍ଣ ମ୍ୟାଚ ପରେ ଖେଳାଯିବ ମେଗା ଫାଇନାଲ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପାଖାପାଖି ଏକ ଲକ୍ଷ ଦର୍ଶକଙ୍କ ଉପସ୍ଥିତରେ ଗ୍ରାଣ୍ଡ ଫିନାଲେ ଏହା ମହା ଟକ୍କର ହେବ ।

ଅନ୍ୟପଟେ ରାଜସ୍ଥାନ ଦ୍ୱିତୀୟ କ୍ୱାଲିଫାୟାରରେ ଏଲିମିନେଟର ମ୍ୟାଚର ବିଜେତା ରୋୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ସହଜରେ ହରାଇ ଫାଇନାଲ ଟିକେଟ ହାସଲ କରିଛି । ଏବେ ରାଜସ୍ଥାନ ପାଖରେ କ୍ୱାଲିଫାୟାର ପରାଜୟର ମଧୁର ପ୍ରତିଶୋଧ ନେବାର ସୁଯୋଗ ରହିଛି । ସେହିପରି ପ୍ରଥମ ଥର ପାଇଁ ଆଇପିଏଲ ମ୍ୟାଚ ଖେଳୁଥିବା ଗୁଜୁରାଟ ଟାଇଟନସ ଚାଂପିଅନ ହେବାର ସୁବର୍ଣ୍ଣ ସୁଯୋଗ ରହିଛି ।

Leave a comment