‘ଅସାନି’ ପ୍ରଭାବରେ ମାଲକାନଗିରିରେ ସମସ୍ତ ସ୍କୁଲ ଛୁଟି

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ମାଲକାନଗିରିରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ନେଇ ଘୋଷଣା କରିଛନ୍ତି ମାଲକାନଗିରିର ଜିଲ୍ଲାପାଳ। ବାତ୍ୟା “ଅସାନି” ଏବେ ଏହା ଆନ୍ଧ୍ର ଉପକୂଳ ମୁହାଁ ବର୍ତ୍ତମାନ ଏହା ଗୋପାଳପୁରଠୁ ଦକ୍ଷିଣ ଏବଂ ଦକ୍ଷିଣ-ପଶ୍ଚିମ ଦିଗରେ, ୫୪୦କିମି ଦୂରରେ ରହିଛି । ଘଣ୍ଟା ପ୍ରତି ୧୨ କିମି ବେଗରେ ଏହା ଗତି କରୁଛି ।

ଆକଳନ ଅନୁସାରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ପାଖରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା । କାକିନାଡା ପାଖରେ ସାମାନ୍ୟ ସ୍ଥଳଭାଗ ପାଖକୁ ଯାଇ ପୁଣି ଦିଗ ପରିବର୍ତ୍ତନ କରିପାରେ। ଏପଟେ ବାତ୍ୟା ପ୍ରଭାବରେ ଉପକୂଳ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ାରେ ବର୍ଷା ପାଇଁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Leave a comment