ଅର୍ଥନୈତିକ ଶାଖା ପଞ୍ଝାରେ ରାଜା ଚକ୍ର, ବଢୁଛି ଅଡୁଆ

0

ଭୁବନେଶ୍ୱର : କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନସିଂ ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରେଟିଭ ସୋସାଇଟିରେ କୋଟି କୋଟି ଟଙ୍କା ଘୋଟାଲାରେ ଖୋଳତାଡ କରୁଥିବା ଇଓଡବ୍ଲ୍ୟୁ ଆଜି ଦ୍ୱିତୀୟ ଦିନ ପାଇଁ ରାଜା ଚକ୍ର ଲିଙ୍କରେ ବିଭିନ୍ନ ସ୍ଥାନରେ ରେଡ୍ କରିଛି । ରେଡ୍ ବେଳେ ହାର୍ଲି ଡାଭିଡସନ୍ ବାଇକ୍‌, ଫର୍ଚୁନର କାର, ବହୁ ସଂଖ୍ୟାରେ ୧୮ ଚକିଆ ଟ୍ରକ୍ ସାଙ୍ଗକୁ ଏକ ଆଲିସାନ ଫାର୍ମ ହାଉସର ଠିକଣା ପାଇଛି । ଖାଲି ସେତିକି ନୁହେଁ, ବିଜେଡି କ୍ଷମତା କେନ୍ଦ୍ରର ପାଖଲୋକ ଥିବା ରାଜା ଆହୁରି ଅନେକ ବେନାମୀ ସଂପତିର ମାଲିକ ବୋଲି ବି ଚର୍ଚ୍ଚା ହେଉଛି ।

କୁହାଯାଉଛି, ରାଜାଙ୍କ ମାଲିକାନାରେ ଥିବା ସବୁ ଗାଡ଼ିର ଶେଷ ନମ୍ବର ରହୁଥିଲା ୨୧ । ଚଏସ୍ ନମ୍ବରରେ ରୁଚି ରଖୁଥିବା ରାଜାଙ୍କ ଆହୁରି ଅନେକ ଗାଡ଼ି ଅନ୍ୟମାନଙ୍କ ନାଁରେ ଥିବା କୁହାଯାଉଛି । ଏପଟେ କେନ୍ଦୁଝର ସଦର ବ୍ଲକ ରଘୁନାଥପୁର ପଂଚାୟତରେ ଥିବା ରାଜାଙ୍କ ବିଶାଳ ଫାର୍ମ ହାଉସର ବି ଠିକଣା ପାଇଛି ଋଙଡ । ଫାର୍ମ ହାଉସରେ ପହଂଚିବା ପରେ ପରିପାଟି ଦେଖି ଟେରା ହୋଇଯାଇଥିଲେ ଇଓଡବ୍ଲ୍ୟୁ ଅଧିକାରୀ ।

୧୦ ଏକରରୁ ଅଧିକ ଜଙ୍ଗଲ ଜମିରେ ଛିଡ଼ା ହୋଇଛି ରାଜାଙ୍କ ଲାଭିସ୍ ଫାର୍ମ ହାଉସ । ଏଠାରେ ଥିବା କଟେଜ୍ କୌଣସି ତାରକା ହୋଟେଲଠୁ ବି କମ୍ ନୁହେଁ । କଟେଜର ବାହାର ଓ ଭିତର ସାଜସଜା ସାମଗ୍ରୀ ଇେଂପାର୍ଟେଡ୍ ବୋଲି କୁହାଯାଉଛି । କାଚ, କାଠ, ଫର୍ଣ୍ଣିଚର, ଟାଇଲ, ଗାଲିଚା ସବୁ କିଛି ବିଦେଶରୁ ଆସିଛି । ଖାଲି ସେତିକି ନୁହେଁ, ଫାର୍ମ ହାଉସ ଭିତରେ ୩ଟି ପୋଖରୀ, ପାର୍କ, ପାର୍ଟି ଲନ୍‌, ଦାମୀ ପଥର ମୂର୍ତ୍‌ତି ଦେଖିଲେ ଆଖି ଲାଖିଯିବ । ସେପଟେ ସୁନ୍ଦରଗଡ଼ କୋଇଡାରେ ରାଜା ଚକ୍ରର ହୁକୁମାତି ଚାଲିଥିବା କଥା ଏବେ ସାମ୍ନାକୁ ଆସୁଛି । ଏଠି ବି ଚଢାଉ କରି ରାଜା ଚକ୍ରର ୧୦ଟି ହାଇ?ା ଗାଡ଼ିକୁ ଜବତ କରିଛି ଋଙଡ ।

କେନ୍ଦୁଝର ଜିଲ୍ଲା ଶୁଆକାଟି ସ୍ଥିତ ଇଓଡବ୍ଲ୍ୟୁ ଗନ୍ଧମାର୍ଦ୍‌ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରେଟିଭ୍ ସୋସାଇଟିରେ କୋଟି କୋଟି ଟଙ୍କା ଅର୍ଥ ହେରଫେର ନେଇ ତଦନ୍ତ ଘେରକୁ ଆସିଥିଲେ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର । ବର୍ଷ ବର୍ଷ ଧରି ସୋସାଇଟିରେ ଅର୍ଥ ହେରଫେର ସହ ଜାଲ କାଗଜପତ୍ର ଦେଇ ସରକାରଙ୍କୁ ଭୂଆଁ ବୁଲାଯାଉଥିବା ଅଭିଯୋଗରେ ଋଙଡ ଛାନଭିନ୍ ଆରମ୍ଭ କରିଥିଲା । ସୋମବାର ରାଜାଙ୍କୁ ଦିନ ତମାମ ଝାଳବୁହା ଜେରା ପରେ ରାଜାଙ୍କ ସଂପତ୍‌ତିର ଖୋଳତାଡ଼ ପାଇଁ ୬ ଜିଲ୍ଲାରେ ଛାନଭିନ୍ କରୁଛନ୍ତି ଋଙଡ ଓ ଝଞୠର ମିଳିତ ଟିମ୍ । ଗତକାଲି ଚଢାଉ ବେଳେ ରାଜା ଚକ୍ର ସହ କାରବାର ହୋଇଥିବା ୨ ଶହ ବ୍ୟାଙ୍କ ଆକାଉଂଟ ଯାଂଚ କରିଛନ୍ତି ତଦନ୍ତକାରୀ ଟିମ୍ ।

ତଦନ୍ତ ବେଳେ ରାଜା ଚକ୍ର ସହ ୫ରୁ ୬ ଜଣ ପ୍ରଭାବଶାଳୀ ବିଜେଡି ନେତା ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସିରୁ କୋଟି କୋଟି ଟଙ୍କା ଚଳୁ କରିଥିବା ପ୍ରମାଣ ପାଇଛି ତଦନ୍ତକାରୀ ସଂସ୍ଥା । କୁହାଯାଉଛି, ଆଗକୁ ଏ ମାମଲାରେ ଏକାଧିକ ବିଜେଡି ନେତାଙ୍କୁ ଇଓଡବ୍ଲ୍ୟୁ ସମନ କରିପାରେ ବୋଲି କୁହାଯାଉଛି ।

Leave a comment