ଅମିତ ଶାହଙ୍କ କଥା ନମାନିଲେ, ଭାଗ ଭାଗ ହୋଇଯିବ ବିଜେଡି:ତାରା ବାହିନୀପତି

0

ଘଡ଼ିକେ ଘୋଡ଼ା ଛୁଟୁଛି ମହାରାଷ୍ଟ୍ର ରାଜନୀତି । ସାରାଦେଶ ମହାରାଷ୍ଟ୍ର ଉପରେ ନଜର ରଖିଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । କହିଛନ୍ତି, ମହାରାଷ୍ଟ୍ର ପରିସ୍ଥିତି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ କି ବୋଲି ସାମ୍ବାଦିକ ମାନେ ପ୍ରଶ୍ନ କରିବାରୁ ସାଂଘାତିକ ବୟାନ ରଖିଛନ୍ତି ଜୟପୁର ବିଧାୟକ ।

ସେ ଅଭିଯୋଗ ଆଣି କହିଛନ୍ତି, ଓଡ଼ିଶାରେ ବିଜେଡି, ବିଜେପି ଗୋଟିଏ ହୋଇଅଛନ୍ତି । କେନ୍ଦ୍ର, ବିଜେପି ଯାହା କହିବ, ବିଜେଡି ତାହା କରିବ ବୋଲି ତାରା କହିଛନ୍ତି । ଆଉ ଗୋଟିଏ ପାଦ ଆଗକୁ ଯାଇ କହିଛନ୍ତି, ଅମିତ୍ ଶାହଙ୍କ କଥା ନମାନିଲେ, ଓଡ଼ିଶାରେ ବିଜେଡିକୁ ବିଜେପି ଭାଗ ଭାଗ କରିଦେବ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଚଢାଉ ଆରମ୍ଭ କଲେ, ଆପେ ଆପେ ବିଜେଡି ଭାଗ ହୋଇଯିବ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଏପଟେ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିବା ସହ ପାଲଟା ଆକ୍ରମଣ କରିଛନ୍ତି ବିଜେଡି ବିଧାୟକ । ଧ୍ରୁବ ସାହୁ କହିଛନ୍ତି, କଂଗ୍ରେସର ଡଙ୍ଗା ବୁଡିଆସିଲାଣି । ସେ ଦଳର ନେତା ଆମକୁ କ’ଣ ଟିପ୍ପଣୀ କରିବେ ।

Leave a comment