ଅଭିନେତ୍ରୀ ପରେ ଏବେ ପାଲଟିବେ ଲେଖିକା
ଅଭିନେତ୍ରୀ ପରେ ଏବେ ପାଲଟିବେ ଲେଖିକା । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ବର୍ଷା ଏବେ ଏକ ପୁସ୍ତକ ଲେଖିବାକୁ ଯାଉଛନ୍ତି । ତେବେ ସେ ପୁସ୍ତକର ନାମ ହେଉଛି ଅନ୍ତଃସ୍ୱର- ଅନେକ ଅନେକ କଥା । ତେବେ ସେ ଏଥିରେ ନିଜ ଜୀବନରେ ଘଟିଥିବା ବହୁ ଅକୁହା କଥା ଯାହା ନିଜ ଏହି ପୁସ୍ତକରେ ଲେଖିବେ । ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ୭ ଅଗଷ୍ଟ ୨୦୨୦ରେ ବର୍ଷା ସ୍ୱାମୀ ଅନୁଭବଙ୍କ ବିରୋଧରେ ଘରୋଇ ନିର୍ଯାତନା ଅଭିଯୋଗ ଆଣି ଏତଲା ଦେଇଥିଲେ । ତାଙ୍କୁ ଅଭିନେତାରୁ ରାଜନେତା ବନିଥିବା ଅନୁଭବ ମହାନ୍ତି ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ଯାହା ବିଚାରାଧୀନ ରହିଛି । ଅନୁଭବ ଦିଲ୍ଳୀ ପଟିଆଲା କୋର୍ଟରେ ଛାଡପତ୍ର ଆବେଦନ କରିଥିଲେ ଅନୁଭବ । ତାପରେ ଅନୁଭବ ବର୍ଷାଙ୍କ ବିରୋଧରେ ଅନେକ ଟିପଣୀ ଦେଇଥିଲେ । ଯାହାକୁ ନେଇ ଆପତି ଉଠାଇଥିଲେ ବର୍ଷା । କିନ୍ତୁ ଶାଶୁ ଘର ଛାଡି ନଯାଇ ସେହି ଘରେ ରହି ଆସୁଛନ୍ତି । କିନ୍ତୁ ଏହା ଅନୁଭବଙ୍କ ପୈତୃକ ଘର ହୋଇଥିବାରୁ ସେହି ଘର ଛାଡିବାକୁ ଏସଡିଜେଏମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଚ୍ୟାଲେଞ୍ଜ କରି ଜିଲ୍ଲା ଜଜ୍ କୋର୍ଟରେ ଆବେଦନ କରିଥିଲେ ବର୍ଷା । କିନ୍ତୁ ବର୍ଷାଙ୍କ ଆବେଦନକୁ ଅଗ୍ରାହ୍ୟ କରିବା ସହ ତଳ କୋର୍ଟଙ୍କ ନିର୍ଦ୍ଦେଶକୁ କାଏମ ରଖିଛନ୍ତି ।