ଅଦ୍ଭୁତ ଫୁଲ ୧୪ ବର୍ଷରେ ଥରେ ପ୍ରସ୍ପୁଟିତ ହୁଏ ହିମାଳୟର କୋଳରେ, ଦର୍ଶନ କରିବା ବାଲାଙ୍କର ହୋଇଥାଏ ସମସ୍ତ ମନୋକାମନା ପୂର୍ଣ୍ଣ…

0

ହିମାଳୟ ବିଷୟରେ କୁହାଯାଏ ଯେ ସେଠାରେ ଅନେକ ଅଦ୍ଭୁତ ଜିନିଷ ଦେଖିବାକୁ ମିଳେ। ହିମାଲୟ ଦୈବୀ ସ୍ଥାନ ଅଟେ, ଏଥିପାଇଁ ସେଠାରେ ମିଳୁଥିବା ଜିନିଷ ମଧ୍ୟ ଦୈବୀୟ ହୋଇଥାଏ। ଏମାନଙ୍କ ମଧ୍ୟରୁ ଏକ ଅଟେ ବ୍ରହ୍ମ କମଳ, ଯାହାକୁ ଦେବତା ମାନଙ୍କ ପୁଷ୍ପ ମଧ୍ୟ କୁହାଯାଏ। ଏହା ଦେଖିବାକୁ ବହୁତ ସୁନ୍ଦର ଏବଂ ଅଦ୍ଭୁତ ହୋଇଥାଏ। ଏହି ଫୁଲ ବିଷୟରେ କୁହାଯାଏ ଯେ ଅଧ ରାତିରେ ଫୁଟିଥାଏ ଯଦ୍ୱାରା ଏହାକୁ କେହି ଦେଖି ନପାରିବେ। ବନସ୍ପତି ଶାସ୍ତ୍ରରେ ଏହି ଫୁଲର 31ପ୍ରଜାତିର ବର୍ଣ୍ଣନ କରାଯାଇଛି।ବ୍ରହ୍ମାଙ୍କର ଫୁଲ ଅଟେ ବ୍ରହ୍ମକମଳ। ପ୍ରକୃତି ନିର୍ମିତ ପ୍ରତ୍ୟେକ ଜିନିଷ ବହୁତ ଖାସ ଏବଂ ଅଦ୍ଭୁତ ହୋଇଥାଏ। କିଛିର ସମ୍ବନ୍ଧ ଦୈବୀ ଶକ୍ତି ଦ୍ଵାରା ମଧ୍ୟ ହୋଇଥାଏ। ଅଶ୍ଵତ୍ଥ କୁ ଦୈବୀ ବୃକ୍ଷ କୁହାଯାଏ। କାରଣ ଏହା ଉପରେ ହିନ୍ଦୁ ଧର୍ମର ସମସ୍ତ ଦେବତାଙ୍କର ବାସ ହୋଇଥାଏ। ନଦୀ ମାନଙ୍କ ମଧ୍ୟରେ ଗଙ୍ଗା ନଦୀକୁ ଦୈବୀ ନଦୀର ମାନ୍ୟତା ଦିଆଯାଇଛି। ସେହିପରି ଫୁଲ ମାନଙ୍କ ମଧ୍ୟରେ ଦୈବ ଶକ୍ତି ଥାଏ। ଏହି ଫୁଲ ବିଷୟରେ ବହୁତ କମ ଲୋକମାନେ ଜାଣିଛନ୍ତି। ଏହି ଫୁଲରେ ଅଲୌକିକ ଶକ୍ତି ରହିଛି। ବ୍ରହ୍ମକମଳ , ଯେପରିକି ନାମ ରୁ ଜଣା ପଡିଯାଉଛି ଯେ ଏହି ସୃଷ୍ଟିର ରଚୟିତା ଭଗବାନ ବ୍ରହ୍ମାଙ୍କର ଫୁଲ ଅଟେ।

 

ଫୁଲର ସୌନ୍ଦର୍ଜ୍ୟ କାହାକୁ ମଧ୍ୟ ଆକର୍ଷିତ କରିଥାଏ – ହିମାଳୟର କୋଳରେ ମିଳୁଥିବା ଏହି ଫୁଲ ପୌରାଣିକ ମହତ୍ଵ ମଧ୍ୟ ରଖିଥାଏ। ଏହି ଫୁଲର ବର୍ଣ୍ଣନ ପୁରାଣ ମାନଙ୍କରେ ମଧ୍ୟ ମିଳିଥାଏ। ଏପରି ମଧ୍ୟ କୁହଯାଏ ଯେ ଏହି ଫୁଲ ମନୁଷ୍ୟର ଇଚ୍ଛା ମାନଙ୍କର ପୂର୍ତ୍ତି କରିଥାଏ । ଏହି ଫୁଲର ରଙ୍ଗ ଧଳା ହୋଇଥାଏ। ଏବଂ ଏହାର ସୌନ୍ଦର୍ଜ୍ୟ କାହାକୁ ମଧ୍ୟ ନିଜ ତରଫକୁ ଆକର୍ଷିତ କରିଥାଏ। ଏହା ବିଷୟରେ ମଧ୍ୟ ଏହା କୁହାଯାଏ ଯେ ଯେଉଁ କମଳର ଫୁଲ ଉପରେ ଜଗତର ରଚୟିତା ବ୍ରହ୍ମା ବିରାଜମାନ ରହନ୍ତି , ସେହି ବ୍ରହ୍ମକମଳ ଅଟେ। ଏହି ଫୁଲରେ ବ୍ରହ୍ମାଙ୍କର ଉତ୍ପତ୍ତି ହୋଇଥିଲା ।

ଫୁଲକୁ ଦେଖିବା ଲୋକଙ୍କର ହୋଇଥାଏ ସମସ୍ତ ଇଚ୍ଛା ପୂର୍ତ୍ତି – ଏକ ଅନ୍ୟ କଥାନୁସାରେ ଯେବେ ପାଣ୍ଡବ ଜଙ୍ଗଲରେ ବନବାସ କୁ ଯାଇଥିଲେ, ସେମାନଙ୍କ ସହିତ ସେହି ସମୟରେ ଦ୍ରୌପଦୀ ମଧ୍ୟ ଯାଇଥିଲେ। ଦ୍ରୌପଦୀ କୌରବଙ୍କ ଦ୍ଵାରା କରାଯାଇଥିବା ଅପମାନକୁ ଭୁଲିନଥିଲେ, ତାସହ ଜଙ୍ଗଲର ମଧ୍ୟ ଅସୁବିଧା ଥିଲା। ଅଚାନକ ସେ ପାଣିରେ ବହୁଥିବା ଏକ ସୁନେଲି କମଳକୁ ଦେଖିଲେ ଏବଂ ତାଙ୍କର ସମସ୍ତ ଦୁଃଖ କଷ୍ଟ ମିଳେଇ ଗଲା । ସେହି ସମୟରେ ସେ ଆଧ୍ୟାତ୍ମିକ ଶକ୍ତିର ଅନୁଭବ କରିଥିଲେ। ଦ୍ରୌପଦୀ ସବୁଠାରୁ ପ୍ରିୟ ସ୍ଵାମୀ ଅର୍ଜୁନଙ୍କୁ ଫୁଲ ଆଣିବା ନିମନ୍ତେ ଅନୁରୋଧ ପୂର୍ବକ ପଠେଇଲେ । ଏହି ଅନ୍ଵେଷଣ ସମୟରେ ଭୀମଙ୍କ ଦ୍ଵାରା ହନୁମାନଙ୍କର ସାକ୍ଷାତ ହୋଇଥିଲା। ଏହି ଫୁଲ ବିଷୟରେ ଏହା ମଧ୍ୟ କୁହାଯାଏ ଯେ ଏହାକୁ ଦେଖିବା ବାଲାଙ୍କର ସମସ୍ତ ଇଚ୍ଛାର ପୂର୍ତ୍ତି ହୋଇଥାଏ । ଯଦିଓ ଏହାକୁ ଫୁଟିଥିବା ଦେଖିପାରିବା ବହୁତ କଷ୍ଟ ଅଟେ। ଏହି ଫୁଲ ଅଧ ରାତିରେ ଫୁଟିଥାଏ ଏବଂ କେବଳ କିଛି ସମୟ ନିମନ୍ତେ ରହିଥାଏ। ତାସହ ଏହି ଫୁଲ 14ବର୍ଷରେ ଥରେ ଫୁଟିଥାଏ। ଏହି କାରଣରୁ ଏହାକୁ ଦେଖିଇପାରିବା ପ୍ରାୟତଃ ଅସମ୍ଭବ ଅଟେ । ଏହି ଫୁଲରୁ ବାହାରୁଥିବା ପାଣିକୁ ପିଇବା ଦ୍ଵାରା ସମସ୍ତ କ୍ଳାନ୍ତି ଦୂର ହୋଇଯାଏ। ଏହି ଫୁଲ ବିଷୟରେ ଏହା ମଧ୍ୟ କୁହାଯାଏ ଯେ ଏହା ଦେବୀ ନନ୍ଦାଙ୍କର ପ୍ରିୟ ଫୁଲ ଅଟେ। ଏଥିପାଇଁ ଏହି ଫୁଲକୁ ନନ୍ଦାଷ୍ଟମୀ ଦିନ ତୋଳାଯାଏ। ଏହି ଫୁଲକୁ ଅଲଗା ଅଲଗା ସ୍ଥାନରେ ଅଲଗା ଅଲଗା ନାମରେ ମଧ୍ୟ ଜଣାଜାଏ ।

 

Leave a comment