ଅଦ୍ଭୁତ ପରମ୍ପରା! ବାହାଘର ପୂର୍ବରୁ ଗର୍ଭବତୀ ହୁଅନ୍ତି ଝିଅ, ଛାଡପତ୍ର ପାଇଁ କରନ୍ତି ବିଶେଷ ପୂଜା

ପ୍ରତ୍ୟେକ ଦେଶରେ ବିବାହ ସହିତ ଜଡିତ ଅନେକ ଅଦ୍ଭୁତ ପରମ୍ପରା ରହିଛି। ଏମିତି କିଛି ପରମ୍ପରା ଆମ ସମାଜରେ ପ୍ରଚଳିତ ହୋଇଥାଏ ଯାହା ବିଷୟରେ ଜାଣିବା ପରେ ସହଜରେ ବିଶ୍ବାସ କରିବା କଷ୍ଟକର ହୋଇପଡେ। ଆମେ ଆପଣଙ୍କୁ ସେହିଭଳି ଏକ ଅଜବ ପରମ୍ପରା ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ହୁଏତ ଆପଣ ପୂର୍ବରୁ କେବେ ଶୁଣି ନଥିବେ କି ଦେଖି ନଥିବେ। ଏହି ପରମ୍ପରାକୁ ମାନୁଥିବା ସମୁଦାୟରେ ବାହାଘର ଆଗରୁ ଝିଅମାନଙ୍କୁ ମା’ ହେବାକୁ ପଡିଥାଏ, ଅବିଶ୍ବାସ ହେଲେ ହେଁ କଥାଟା ସମ୍ପୂର୍ଣ୍ଣ ସତ । ପଶ୍ଚିମବଙ୍ଗର ଜାଲପାଇଗୁଡି ଜିଲ୍ଲାର ଟୋଟୋପଡାଠାରେ ଏକ ଛୋଟ ଗାଁ ଅଛି ଯେଉଁଠାରେ ବାହାଘର ପୂର୍ବରୁ, ଝିଅକୁ ମା’ ହେବାକୁ ପଡିଥାଏ।
ସେଠାରେ ବସବାସ କରୁଥିବା ଟୋଟୋ ନାମକ ଏକ ଜନଜାତି ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ବାସ କରିଆସୁଛନ୍ତି, ଯେଉଁମାନଙ୍କର ନିୟମ କାନୁନ ବହୁତ ଭିନ୍ନ। ଏହି ଜନଜାତିରେ ପୁଅ ପ୍ରଥମେ ନିଜ ପସନ୍ଦର ଝିଅକୁ ଭଗେଇକି ନେଇଯାଏ ଏବଂ ତାଙ୍କ ସହିତ ଏକତ୍ର ରହିଥାଏ, ଏହା ପରେ ଯେତେବେଳେ ଝିଅ ଗର୍ଭବତୀ ହୁଏ, ସେତେବେଳେ ସେ ବିବାହ ଯୋଗ୍ୟ ବୋଲି ବିବେଚନା କରାଯାଏ । ଝିଅଟି ଗର୍ଭବତୀ ହେବା ପରେ ତାଙ୍କ ପରିବାର ଲୋକ ଦୁହିଁଙ୍କୁ ବିବାହ ବନ୍ଧନରେ ବାନ୍ଧି ଦିଅନ୍ତି। ତେବେ ଗର୍ଭବତୀ ହୋଇ ବାହା ହେବା ଅନେକଙ୍କୁ ନିହାତି ଅଭୂତ ଲାଗୁଥିବ।
ଏହି ଜନଜାତିରେ କେବଳ ବିବାହ ନୁହେଁ, ଛାଡପତ୍ରର ନିୟମ ମଧ୍ୟ ଅଜବ ଅଟେ, ବିବାହ ପରେ ଯଦି କୌଣସି ଝିଅ ପୁଅକୁ ଛାଡପତ୍ର ଦେବାକୁ ଚାହାଁନ୍ତି, କିମ୍ବା ତାଙ୍କଠାରୁ ଅଲଗା ହେବାକୁ ଚାହାଁନ୍ତି, ତା’ହେଲେ ତାଙ୍କୁ ଏକ ବିଶେଷ ପୂଜା କରିବାକୁ ପଡ଼ିଥାଏ, ଯେଉଁଥିରେ ବହୁତ ଖର୍ଚ୍ଚ କରିବାକୁ ପଡିଥାଏ, ଏହି କାରଣରୁ ଟୋଟୋ ଜନଜାତି ସମ୍ପ୍ରଦାୟରେ ଛାଡପତ୍ରର ବହୁତ କମ ମାମଲା ଦେଖାଯାଏ। ଆଜିର ଆଧୁନିକ ଯୁଗରେ ମଧ୍ୟ ଏହି ପ୍ରଥା ବହୁଳ ଭାବରେ ପ୍ରଚଳିତ ହେଉଛି। ଏମାନେ କୌଣସି ନ୍ୟାୟ ନିଶାବ ପାଇଁ ଥାନା କଚେରି ଯାଆନ୍ତି ନାହିଁ ନିଜ ସଂପ୍ରଦାୟର ମୁଖିଆଙ୍କ ଦ୍ଵାରା ସମାଧାନ କରନ୍ତି।